ଏମିତି ବଗିଚାଟେ ମୁଁ କେବେ ଦେଖି ନଥିଲି
ଦେଖିନଥିଲି ଏତେ ଫୁଲ ଓ ଭଅଁର
ଗଛ ଉହାଡରେ ଯୌବନ,
ସିମେଣ୍ଟ ଚଉତରା ବାର୍ଦ୍ଧକ୍ୟ,
ଘାସ ଗାଲିଚାରେ ଭବିଷ୍ୟତ,
ଆଉ ପାଦଚଲା ରାସ୍ତାରେ
କିଛି ଅସଜଡ଼ା ଦେହକୁ
ସଜାଡ଼ିବା ପ୍ରୟାସରେ ସମୟ l
ଫାଉନଟେନ ର ଜଳସବୁ
ସକାଳୁଆ ଖରାରେ ଇନ୍ଦ୍ରଧନୁ ଗଢୁଥିଲା
ଘାସ ଉପରେ ଶିଶିର ସବୁ ମୁକ୍ତାର ଭ୍ରମ
ବ୍ରେଞ୍ଚ ଉପରେ ଫୁଟିଥିବା ଫୁଲ କିନ୍ତୁ
ଭ୍ରମ ନୁହେଁ ସତେଜ ଲାଗୁଥିଲା l
ରାତିର କ୍ଲାନ୍ତି ସବୁକୁ
କମ୍ବଳ ଭିତରେ ଛାଡିଆସି
ଶୀତବସ୍ତ୍ରରେ ସକାଳ ଖରାକୁ
ସେ ସାଉଁଟି ରଖୁଥିଲା
ଓଠରୁ ଫିକା ପଡିନଥିଲା ରଙ୍ଗ
ଆଖିରୁ ଛାଡି ନଥିଲା କଜ୍ଵଳ
ଖସି ପଡୁଥିବା ଓଢଣୀକୁ ସଳଖି ଧରିରେ
ପାଉଁଜି ସଜାଡୁଥିଲା l
ଧିମେଇ ଯାଇଥିଲା ପାଦ
ଲାଜେଇ ଯାଇଥିଲା ଆଖି
ଚାଲୁ ଚାଲୁ ଥକି ଯାଇଥିବା
ଘର୍ମlକ୍ତ ଶରୀରକୁ
ସଳଖି ରଖିଲାବେଳକୁ……
କୁକର ସିଟିରେ ନିଦ ଭାଙ୍ଗିଥିଲା
ରୋଷଇଘରୁ ଶୁଭୁଥିଲା
ଆଜି ୱାକରେ ଯିବନିକି… ?
ଡେରି ହେଲାଣି ଯେ
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in English ? Click Here
Want to read this poem in Hindi ? Click Here
