ମୌସୁମୀକୁ ସାକ୍ଷୀରଖି
ଏବେ ସ୍ୱାଧୀନତା ଦେଲି
ସବୁମାନ ଅଭିମାନକୁ ଚାପିରଖି
କାଳକାଳ ଅପେକ୍ଷାର ବନ୍ଧନ ଖୋଲିଲି l
ଆଉ ମେଘକୁ ପଚାରିବିନି
ତୋର ଆସିବାକୁ ଡେରି ହେବାର କାରଣ
ମାଟିର ବାସ୍ନାରେ ଵି ଆଉ
ମତୁଆଲା ହେବନାହିଁ ମନ l
ପାରିବୁ ଯଦି ବାନ୍ଧିଦେ ତୋର
ଦୁଇଟିଯାକ ପ୍ରଜାପତି ଡେଣା
ଏବେ ତୋ ପାଇଁ ମୁକ୍ତ ସାରାଟା ଆକାଶ
ଉଡିବୁଲ ହେବାଯାଏ ବାଟବଣା l
ଅନିଚ୍ଛାରେ ହେଉପଛେ କେବେଯଦି
ଆକାଶରୁ ଦେଖାଯାଏ ମୋହରି ଅଗଣା
ଥରେ ଆସି ଦେଖିଯିବୁ
ତପସ୍ୱୀର ଜୀବନଟେ
କେମିତି ବିତୁଛି ମୋର
ପାଇବାକୁ ପ୍ରେମର ଠିକଣା l
ଭାବୁଅଛୁ ଯଦି ତୁହି
ଏହାମୋର ମିଛ ଅଭିମାନ
ପ୍ରତିଶୃତି ନେଇଯା ଆସି
ଏମିତି ବିତିବ ମୋର
ନିଃସଙ୍ଗ ଜୀବନ l
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
