ତୋର ହଜାରେ ବାରଣ ଭିତରେ ବି

ତୋର ହଜାରେ ବାରଣ ଭିତରେ ବି

ମୁଁ ଅନୁଭବିଛି ଲକ୍ଷେ ସମ୍ମତିର କଥା

ଆଖି ପଲକରେ ବି ବୁଝିହୁଏ

ନୀରବ ଓଠରୁ ବି ବାରିହୁଏ

ହୃଦୟର ଭାଷା ,

ମନକଥା କହିବାକୁ ଲୋଡ଼ାନାହିଁ

ନିରୋଳା ପୃଥିବୀଟେ

ଭିଡ଼ ଭିତରେ ବି ଅନୁଭବି ହୁଏ

ପ୍ରେମର ନୁଆଁ ପରିଭାଷା l

ମନ ବୁଝିବାକୁ ଲୋଡ଼ାନାହିଁ

ମଳୟ ସମୀର, ରମ୍ୟକାନନ

ଆକାଶରେ ଇନ୍ଦ୍ରଧନୁ, ଶୀତୁଆ ପବନ,

ଝରଣାର ଝର ଅବା ଫୁଲର ସମ୍ଭାର

କୋଳାହଳ ଭିତରେ ବି ପ୍ରେମ ବୁଝିହୁଏ

ହୃଦୟ ଚିହ୍ନିବାକୁ ହୁଦୟଟେ ଲୋଡ଼ା l

କାହାର ଶାସନ ର ଶିକୁଳିରେ

ପାଦରେ ତୋର ଲକ୍ଷ୍ମଣ ର ଗାର ?

କାହାର ଆଖିର ଆକଟରେ

ଆଖିରେ ତୋର ଶ୍ରାବଣର ଧାର ?

କାହାର ଚଉରାରେ ବାଧ୍ୟ୍ୟତୁହି

ଜାଳିବାକୁ ସଞ୍ଜର ସଳିତା ?

ଏଠି ଦୁଇଟି ଆଖି କେବେଠୁ ଖୋଜୁଛି

ଅଗଣାରେ ପାଦ ଚିହ୍ନ ଆଉ

ତୋର ଆଖିର ଚଞ୍ଚଳତା l

କିଏ କହେ ବର୍ଷା ଆସେ

ମିଳନର ଋତୁଚକ୍ର ନେଇ

ଏଠି ବିରହର ଜ୍ଵଳନରେ ଜଳୁଥାଏ

ସାଗୁଆ ବନଟେ

ଖୋଜୁଥାଏ ତୋର କୋମଳ ହାତର ପରଶ

ପ୍ରେମର ଶୀତଳତା

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in Hindi ? Click Here

Want to read this poem in English ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply