ଏଇ ଏବେ ଏବେ ପଞ୍ଚଭୁତରେ

ଏଇ ଏବେ ଏବେ ପଞ୍ଚଭୁତରେ

ଲୀନ ହୋଇଗଲା ଶରୀର ଟେ

ଶରୀର ସହ ଜଳିଗଲା

ତା ଜୀବନ ର ସବୁ ଦୁଃଖ

ମାନ ଅଭିମାନ

ସଂଗୃହିତ ପୁରାଣ ର ଗାଥା

ଦୂରରୁ ଦେଖିଲେ ଖୁସିର ହସ

ଆଉ ମୋ ମୁଣ୍ଡ ଉପରୁ ସ୍ନେହ ର ହାତଟେ ll

ମାଉସୀ ଡାକଟେ

ସବୁଦିନ ପାଇଁ

ପାଶୋରି ହୋଇଗଲା ପାଟିରୁ

ପୁରାଣ ପ୍ରସଙ୍ଗ ଟେ

ମନେ ପକାଇ ଦେବାକୁ

ଆଉ କରିହେବ ନାହିଁ ଅଳି

ତା ଘର ପାଖ ରାସ୍ତାରେ

ବାଟ ଭାଙ୍ଗି ଚାଲିଗଲେ

ଆଉ କେହି କରିବେନି ଗାଳି ll

ସବୁ ସଂମାନ ର ଉର୍ଦ୍ଦ୍ୱରେ

କେଉଁଠି ତୁମକୁ ଜାଗାଟିଏ ଦେବି

ମାଉସୀ……..

ତୁମ ପାଇଁ ଜାଳିଥିବା ଦୀପରେ

ଶ୍ରଦ୍ଧା ଓ ସଂମାନ ର ଅର୍ଘ୍ୟମୁଁ ଢାଳିବି ll

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in Hindi ? Click Here

Want to read this poem in English ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply