ତୋର ଦୀର୍ଘକାଳ ନୀରବତାରେ

ତୋର ଦୀର୍ଘକାଳ ନୀରବତାରେ ଦେଖ........ କେତେ କୋଳାହଳ ସାରାଟା ସହରେ ମୁଁ ନେଇଥିବା ନିଷ୍ପତ୍ତି ବଢାଇଥିବା ପାଦ ଭୁଲଥିଲା ନା ଠିକ୍ ବିଚାର କରିବାକୁ ବେଳକାହିଁ......?

0 Comments
ଆଶୀର୍ବାଦ ର ହାତ

ମୋ ଉପରକୁ ଉଠାଇଥିବା ହାତ ପ୍ରତିବଦଳରେ ଅଭିଶାପର ହାତଟିଏ ଉଠେଇ ପାରିବିନି ବୋଲି ଜାଣିବି ହାତ ଉଠାଇଛୁ ତ ତୁ ବୋଧେ ଭୁଲିଯାଉଛୁ ଯେ ତୋହାତ, ହାତର ଧମନୀ ବହୁଥିବା ରକ୍ତ ଟିକକ ବି ମୋର l ମୋ ହାତର ଆଶ୍ରୟରେ

0 Comments
ତୋର ହଜାରେ ବାରଣ ଭିତରେ ବି

ତୋର ହଜାରେ ବାରଣ ଭିତରେ ବି ମୁଁ ଅନୁଭବିଛି ଲକ୍ଷେ ସମ୍ମତିର କଥା ଆଖି ପଲକରେ ବି ବୁଝିହୁଏ ନୀରବ ଓଠରୁ ବି ବାରିହୁଏ ହୃଦୟର ଭାଷା , ମନକଥା କହିବାକୁ ଲୋଡ଼ାନାହିଁ ନିରୋଳା ପୃଥିବୀଟେ ଭିଡ଼ ଭିତରେ ବି ଅନୁଭବି ହୁଏ

0 Comments
ସାରାରାତି ଖୋଲା ରହୁ ଝର୍କା

କେହିଜଣେ କହିଥିଲା ସାରାରାତି ଖୋଲା ରଖିବାକୁ ଝର୍କା ଅନୁରୋଧ କି ଆଦେଶ ନ ଜାଣିବି ଖୋଲା ରଖିଲି ଝର୍କା l ପ୍ରଥମ ପ୍ରହରେ ମଲ୍ଲୀର ମହକ ଦ୍ଵିତୀୟ ପ୍ରହରେ ତୋଫାଜହ୍ନ ତୃତୀୟ ପ୍ରହରେ କେଉଁ ଅଜଣା ପକ୍ଷୀର ସ୍ୱର ଚତୁର୍ଥ ପ୍ରହରେ ଅଦିନିଆ ବର୍ଷାଆସି ଝର୍କାରେଲିଂ ସହ ଭିଜାଇଲା

0 Comments
ବର୍ଷା ଓ ବସ୍ତାନି

ବର୍ଷାଭିଜା ଦେହରେ ତାର ଶହେଚାରି ଜର ଥିଲା ଆଉ ବସ୍ତାନିରେ ଆଗକୁ ପାଠପଢା ରେ ଡୋରି ବନ୍ଧାର ସଂକେତ କେହିବି ବୁଝି ନଥିଲେ କାହିଁକି ସେ ଭିଜି ଭିଜି ଫେରିଲା ଘରକୁ l ଅଚାନକ ମାଡି ଆସିଥିବା ବର୍ଷାରେ....

0 Comments
ଶାନ୍ତ କର କୋଟି ଜନମନ

ତୁମେ ପରା ଅବତାର ନିଅ ନାଶିବାକୁ ଯୁଗେ ଯୁଗେ ଅବନୀର ଭାର ଦୀନହୀନ ଦୁଃଖି ରଙ୍କି ଦଳିତ କାକୁସ୍ଥ କ୍ଷୀଣ ଜନ ଭଗ୍ନମନେ କରିବାକୁ ଆଶାର ସଂଚାର l ବିଶ୍ୱ ଆଜି ଚକିତ ଶଙ୍କିତ ପ୍ରତିହିଂସା ପ୍ରତିଶୋଧ ଚରମ ସୀମାରେ ସଭ୍ୟତାର ନାମେ ଅସଭ୍ୟ ଆଚରଣ ଟପିଚାଲେ ସୀମା ସରହଦ ପ୍ରଳୟର ପଦଧ୍ଵନି ଶୁଭେ ଧିରେ ଧିରେ l

0 Comments
ନିରଂଶୁ

ମୁଁ ଯେତେଥର ତୁଳୀଧରି ନିଜର ଚିତ୍ର ଆଙ୍କିଲି ପ୍ରତିଥର ନିଜକୁ ନୁହେଁ ଆଉ କାହାକୁ ଦେଖିଲି ଗୋଟେ ନୁହେଁ ଦୁଇଟି ନୁହେଁ ପୁରା ସାତଟି ଚିତ୍ର ଚିତ୍ରରେ କେବେ ନିଜକୁ ଦେଖି ନ ପାରି ଏଥିରୁ ବିରତ ହେଲି କାନ୍ଥଘଣ୍ଟା ର ଟିକ୍ ଟିକ୍ ଶବ୍ଦରେ ରାତିର ସ୍ପନ୍ଦନ ମାପିଲି ଗରମ ଚା ର ସୁଡୁକ ରେ ଶୁଣିଲି

0 Comments
ହେଇ… ଆସୁଛି

ହେଇ... ଆସୁଛି ------- ତୁମ ଆସୁଛି...... ର ଉତ୍ତର ପାଇବାକୁ ପଚାରି ପାରିନି କେବେ ଆସୁଛ କି ଉତ୍ତର ବି ଦେଇ ପାରିନି କେବେ ଆସିବ ଏବେ କ'ଣ କହି ଆଶ୍ୱାସନା ଦେବି ସେହି ୬୦ ବର୍ଷର ବାପକୁ...... ଯିଏ ୩୦ ବର୍ଷର ପୁଅକୁ କାନ୍ଧେଇ ପୋଡି ଆସିଛି ଶ୍ମଶାନରେ

0 Comments
ନୀରବ ଇଶ୍ୱର

ଆଉଥରେ ଯଦି ସମୁଦ୍ର ମନ୍ଥନ ହୁଅନ୍ତା କେଉଁ ପକ୍ଷରେ ଯୋଗ ଦିଅନ୍ତି ଲଢ଼ି ପାରନ୍ତି କି ଅମୃତ ବଣ୍ଟନବେଳେ ସମାନ ଅଧିକାର ପାଇଁ ତପସ୍ୱିହୋଇ ମନା କରିପାରନ୍ତି କି ଆଣିବାକୁ ସ୍ୱର୍ଗରୁ ଭାଗିରଥି ଭରତ ହୋଇ ପାଦୁକା ନ ପୁଜି ଫେରାଇ ଆଣି ପାରନ୍ତି କି ଶ୍ରୀରାମ ଅର୍ଜୁନହୋଇ ବନ୍ଦ କରି ପାରନ୍ତି କି ଯୁଦ୍ଧାୟ କୃତ ନିଶ୍ଚୟ

0 Comments
ଆ କିଛିକାଳ ନୀରବରେ ବସିବା

ଆ କିଛିକାଳ ନୀରବରେ ବସିବା ବାହାରେ ଯେଉଁ ଋତୁର ବି ଆସର ଚାଲିଥାଉ ଆମେ କେବଳ କୋଣାର୍କର ପ୍ରତିମୂର୍ତ୍ତି ସାଜିବା ଆମକୁ ଦେଖି ଯାହା ମନରେ ଯାହାବି ଭାବନା ଆସୁ ଆମେ କେବଳ ଦୁହେଁ ଦୁହିଁଙ୍କୁ ଭାବିବା ଆ କିଛିକାଳ ନୀରବରେ ବସିବା l ତୋର ମନେଥିବ ପିଲାବେଳର ସନ୍ଧ୍ୟାବେଳ ନଦୀକୂଳ, ତୋଟାମାଳ, ବହୁଚୋରୀ ଖେଳ ମିଛି ମିଛିକା ରାଗରୁଷା, ମାନ ଅଭିମାନ ପିଲାବେଳ ର କାଗଜଡ଼ଙ୍ଗା କୁ ଆଉ ଥରେ ଖୋଜିବା ଆ କିଛିକାଳ ନୀରବରେ ବସିବା ତୋର କବରୀ ରୁ ଖସି ପଡିଥିବା ଫୁଲ

0 Comments