ପୁଣ୍ୟଯାତ୍ରା

ତୋର ପୁଣ୍ୟଯାତ୍ରାର ଶବାଧାରରେ

ସମର୍ପଣ ମୋର, ଲୁହ, କୋହ

ଆଉ ସୁମନ ଶ୍ରଦ୍ଧାର

କାହା ଋଣ ନ ଲାଗିବାର ସଂକଳ୍ପ ତୋର

ଋଣୀ କରିଯାଏ ମୋତେ ଜନ୍ମ ଜନ୍ମର

ସମୟ ସରିଗଲେ ପରା ଅଭିନୟ ସରିଯାଏ

ସବୁ ସରିଗଲା ବୋଲି ଶେଷ ସଂଳାପରେ

ସାହସ ଭାଙ୍ଗିଯାଏ, ବିଶ୍ୱାସ ବି ମରିଯାଏ

ଶେଷ ନିଶ୍ୱାସର

କାହା ଆଶ୍ୱାସନାର ହାତଟିଏରେ

ନଥାଏ ଅତ୍ମୀୟତା ଭାବ

ପତ୍ରରେ ବଢ଼ା ମୁଠାଏ ଭାତ ହଁ ସୂଚାଏ

ତୋର ଅବର୍ତ୍ତମାନର

ସବୁ ମାଁମାନେ ଏମିତି ଛାଡିଯାନ୍ତି ନୀଡ଼ ଆପଣାର

ଦେହରେ ଡେଣାଲଗାଇ ଉଡିବା ଶିଖାଇଲା ପରେ

ସମୁଦ୍ର ଲଙ୍ଘିବା ଦେଖନ୍ତିନି ନିଜ ସନ୍ତାନର

ସାରା ଘରକୁ ସଜାଇ, ସାଇତି

ସଞ୍ଚୁଥାନ୍ତି କର୍ମଫଳ ଯେତେ

ଓଷାବ୍ରତ ମାନସିକ ସବୁ

ସଜାହୋଇ ରହିଯାଏ , ପୂଜାଘର ଥାକେ

ମାଁ… ଡାକଟିଏ ହଠାତ ଦୁରେଇଯାଏ

ଶ୍ମଶାନ ର ପାଖେ

ଲୋକାରଣ୍ୟ ଶେଷଯାତ୍ରାରେ

ଲୁହହୋଇ ଗଡୁଥାଏ ପୁଣ୍ୟଫଳ ଯେତେ ll

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in English ? Click Here

Want to read this poem in Hindi ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply