ତୁମେ ପରା ଅବତାର ନିଅ
ନାଶିବାକୁ ଯୁଗେ ଯୁଗେ ଅବନୀର ଭାର
ଦୀନହୀନ ଦୁଃଖି ରଙ୍କି ଦଳିତ କାକୁସ୍ଥ
କ୍ଷୀଣ ଜନ ଭଗ୍ନମନେ କରିବାକୁ ଆଶାର ସଂଚାର l
ବିଶ୍ୱ ଆଜି ଚକିତ ଶଙ୍କିତ
ପ୍ରତିହିଂସା ପ୍ରତିଶୋଧ ଚରମ ସୀମାରେ
ସଭ୍ୟତାର ନାମେ ଅସଭ୍ୟ ଆଚରଣ
ଟପିଚାଲେ ସୀମା ସରହଦ
ପ୍ରଳୟର ପଦଧ୍ଵନି ଶୁଭେ ଧିରେ ଧିରେ l
ଅସମୟ ଉପଗତ ଆଜି
ଭାରାକାନ୍ତ ବସୁମତି ବିଷଣ୍ଣ ବଦନ
ଶରତର ଆଗମନେ ଫେରିଆସ ମାଆ
କ୍ଲାନ୍ତିହର ଶାନ୍ତକର କୋଟି ଜନ ମନ l
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
