ବର୍ଷା…ଏକ ସ୍କେଚ କବିତା
ତା' ଓଦା ପଣତରୁ ଝରୁଥିଲା ବାସଲ୍ୟର ଝର ରୋଗୀଣା ଛୁଆର ମୁହଁରେ ଆହାର ଦେବାପାଇଁ ଶୁଖି ସାରିଥିଲା ଅମୃତର ଧାର ll କାଳ ବୈଶାଖୀରେ ଉଡି ଯାଇଥିବା ଫାଳେ ଛପର
ତା' ଓଦା ପଣତରୁ ଝରୁଥିଲା ବାସଲ୍ୟର ଝର ରୋଗୀଣା ଛୁଆର ମୁହଁରେ ଆହାର ଦେବାପାଇଁ ଶୁଖି ସାରିଥିଲା ଅମୃତର ଧାର ll କାଳ ବୈଶାଖୀରେ ଉଡି ଯାଇଥିବା ଫାଳେ ଛପର
କହି ପାରିଲିନି କାହାକୁ ବୋଲି ମୁଁ କଳ୍ପଲୋକର କଥା କଳ୍ପିତ ଯେତେ କଳ୍ପଷ ମୋର କଳ୍ପନାରେ ଘୁରେ ମଥା କାଉଁରୀ ମନ୍ତ୍ରେ କାୟିକ ମାୟାରେ କମ୍ର କାନନେ ବୁଲି କାମ୍ୟ କାମିନୀ କାର୍ମୁକ ଘାତେ କାମନାରେ ଯାଏ ଜଳି କୁଖ୍ୟାତି, କୁତର୍କ, କୁତ୍ସିତ କଥାକୁ
ଅଳସୀ ସକାଳେ ଆନମନା କରେ ଅମାନିଆ ପବନ ଆସିବାର ପ୍ରତିଶୃତି ସବୁ ଅବେଳରେ ଅଶାନ୍ତକରେ ମନ ଅଗଣାସାରା ଏଠି ଅବଶୋଷ ଭାରି ଆସିବ ଯଦି କେଉଁ ଆଶା ଆଣିବ ? ଅକାରଣେ ଆସି ପୁଣି ଅପବାଦ କାହିଁକି ଶୁଣିବ ? ଦେଖ........ ଦେହସାରା ଲାଗିଛି ମୋ
ନିଜ ଛାଇବି ଦେଖାଯାଉ ନଥିବା ଅନ୍ଧାର ଏବେ ଖୁବ ଆତ୍ମୀୟ ଲାଗେ ସ୍ବପ୍ନସବୁ ଆସେ ଅମାବାସ୍ୟା କି ପୂର୍ଣ୍ଣିମା ସେ କିଛିବି ଜାଣେନି ଛାତଉପରେ ପାରାସବୁ ଖୁଦ ଖୁଣ୍ଟୁଖୁଣ୍ଟୁ ଖୁଦି ଯାଆନ୍ତି ଗୋଟେ ଅସ୍ପଷ୍ଟ ଚିତ୍ର ସେ ଚିତ୍ର ବେଳେବେଳେ ସ୍ପଷ୍ଟଦିଶେ ବେଳେବେଳେ ଜୀବନ୍ତହୋଇ
ଭାବୁଛି ଏଥର ନୀରବତା ର ବନ୍ଧନରେ କଷ୍ଟ ପାଉଥିବା ଶବ୍ଦ କିଛିକୁ ସ୍ୱାଧୀନତା ଦେବି l କିଛି ସ୍ମୃତି ଅନୁଭୂତିକୁ ପଞ୍ଜୁରୀ ରୁ କାଢି ବାଟ ଦେଖାଇବି ll ଅନେକ ଦିନରୁ ଥିବା ଅପେକ୍ଷା ଟିକକୁ ଆଉ ରୂପ ଦେବିନି କବିତାରେ l
ତୋର ଦୀର୍ଘକାଳ ନୀରବତାରେ ଦେଖ........ କେତେ କୋଳାହଳ ସାରାଟା ସହରେ ମୁଁ ନେଇଥିବା ନିଷ୍ପତ୍ତି ବଢାଇଥିବା ପାଦ ଭୁଲଥିଲା ନା ଠିକ୍ ବିଚାର କରିବାକୁ ବେଳକାହିଁ......?
ମୋ ଉପରକୁ ଉଠାଇଥିବା ହାତ ପ୍ରତିବଦଳରେ ଅଭିଶାପର ହାତଟିଏ ଉଠେଇ ପାରିବିନି ବୋଲି ଜାଣିବି ହାତ ଉଠାଇଛୁ ତ ତୁ ବୋଧେ ଭୁଲିଯାଉଛୁ ଯେ ତୋହାତ, ହାତର ଧମନୀ ବହୁଥିବା ରକ୍ତ ଟିକକ ବି ମୋର l ମୋ ହାତର ଆଶ୍ରୟରେ
ତୋର ହଜାରେ ବାରଣ ଭିତରେ ବି ମୁଁ ଅନୁଭବିଛି ଲକ୍ଷେ ସମ୍ମତିର କଥା ଆଖି ପଲକରେ ବି ବୁଝିହୁଏ ନୀରବ ଓଠରୁ ବି ବାରିହୁଏ ହୃଦୟର ଭାଷା , ମନକଥା କହିବାକୁ ଲୋଡ଼ାନାହିଁ ନିରୋଳା ପୃଥିବୀଟେ ଭିଡ଼ ଭିତରେ ବି ଅନୁଭବି ହୁଏ
କେହିଜଣେ କହିଥିଲା ସାରାରାତି ଖୋଲା ରଖିବାକୁ ଝର୍କା ଅନୁରୋଧ କି ଆଦେଶ ନ ଜାଣିବି ଖୋଲା ରଖିଲି ଝର୍କା l ପ୍ରଥମ ପ୍ରହରେ ମଲ୍ଲୀର ମହକ ଦ୍ଵିତୀୟ ପ୍ରହରେ ତୋଫାଜହ୍ନ ତୃତୀୟ ପ୍ରହରେ କେଉଁ ଅଜଣା ପକ୍ଷୀର ସ୍ୱର ଚତୁର୍ଥ ପ୍ରହରେ ଅଦିନିଆ ବର୍ଷାଆସି ଝର୍କାରେଲିଂ ସହ ଭିଜାଇଲା
ବର୍ଷାଭିଜା ଦେହରେ ତାର ଶହେଚାରି ଜର ଥିଲା ଆଉ ବସ୍ତାନିରେ ଆଗକୁ ପାଠପଢା ରେ ଡୋରି ବନ୍ଧାର ସଂକେତ କେହିବି ବୁଝି ନଥିଲେ କାହିଁକି ସେ ଭିଜି ଭିଜି ଫେରିଲା ଘରକୁ l ଅଚାନକ ମାଡି ଆସିଥିବା ବର୍ଷାରେ....