ଘଟଣା ଘଟାଇ ଘାଇଲା କରାଇ
ଘାଇ ବାନ୍ଧିବାକୁ ଆସି
ଘର୍ମାକ୍ତ ଶରୀରେ ଘଟ ଗଢୁଅଛ
ଘଟକାର ବେଶସାଜି ll
ଘନକାଳ ଯାକ ଘନିଷ୍ଠ ନ ହୋଇ
ଘନତା ଦେଖାଇଥିଲ
ଘୃଣାଭାବ ବହି ଘନଘନ ଯାଇ
ଘରବୁଡ଼ା ସଜାଇଲ ll
ଘଟ୍ଟକୂଳେ ତୁମ ଘୁଙ୍ଗୁର ଖୋଜିମୁଁ
ଘାଉଡ଼ ଆଘାତେ ଆଜି
ଘନସାର ଦେହେ ଘୋରିହୋଇ ଦେଖ
ଘରେ ଘାତ ସହୁଅଛି ll
ଘନକେଶୀ ତୁମେ ଘଡାଧରି ହାତେ
ଘାଟକାଳିବେଶେ ଆସ
ଘାଉଲା ଶରୀରେ ଘନରସ ଢାଳି
ଘାତସବୁ ନାଶକର ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
