ଖବର ଖେଳାଇ ଖସିଯିବ ବୋଲି
ଖୁସିର ଖେଳନା ଗଢି
ଖଣ୍ଡିତା ହୋଇ ଖଣା ଖୋଳିବାରେ
ଖରଚ କରିଛ ଭାରି ll
ଖପୁଷ୍ପ ଖବରେ ଖପାହୋଇ ତୁମେ
ଖୁଣ ନଧରିବ ଭାବେ
ଖବିଶ ହୋଇମୁଁ ଖମା ଭରିବାରେ
ଖବିରା ହୋଇନି କେବେ ll
ଖଦ୍ୟୋତ ମୁଁ ହେଲେ ଖଦ୍ୟୋତନ ତୁମେ
ଖଣ୍ଡସାରି ଖିଲିହସ
ଖଞ୍ଜନୟନୀ ଗୋ ଖଣ୍ଡୁଆ ବେଶରେ
ଖେଦ ହରିବାକୁ ଆସ ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
