ତୋ ଭାଗ୍ୟ ଓ ଭବିଷ୍ୟତ ରେଖାକୁ
ନିଜେ ପଢ଼ି ସାରିବା ପରେବି
ତୁ ଏତେ ଖୁସିରେ
ରହିପାରୁ କେମିତି…?
ପ୍ରିୟଜନଠୁ ଦୂରରେ ଥାଇବି
କେମିତି ଯୋଡିପାରୁ
ଶ୍ରଦ୍ଧାର ସମ୍ପର୍କ…?
ଆଗରେ ତମାମ ଅନ୍ଧାରୁଆ ରାସ୍ତା
ତଥାପି କେମିତି ସାହସ ପାଉ
ଆଗେଇ ଯିବାକୁ….?
ବାଟସାରା ଏତେ ପ୍ରଶ୍ନିଳ
ଆଖି ଭିତରେ ବି
କେମିତି ଚାଲିପାରୁ ପଥ ….?
ଚିହ୍ନା ଚିହ୍ନା ମୁହଁ ଭିତରୁ
ତୁ କଣ ଦେଖି ପାରୁନୁ
ତାସଲ୍ୟ ର ହସ….?
ଏଠି ଆଲୁଅ ଆସିଲେ ନିଜର
ଛାଇ ବି ଛାଡି ଦିଏ ଦେହ
ଡାହାଣ ହାତର କ୍ଷତରେ
ମଲମ ଲଗାଇବାକୁ
ବାମହାତ ବି ଘୃଣା କରେ l
ଶୁଭେଚ୍ଛା ର ମିଠାବାର୍ତ୍ତା ଭିତରୁ
ସମାଲୋଚନା ର ଜହର କୁ
ଦେଖି ପାରୁନୁ ତ ….?
ଅମୃତ କଳସ ଦେଖି
ଆଖି ବୁଜି ପିଇବା ଆଗରୁ
ଥରେ ସ୍ମରଣ କରିନେ
ଚାଣକ୍ୟଙ୍କ ଶ୍ଳୋକ
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
