ଚାରୁ ଚନ୍ଦ୍ରାନନୀ ଚଞ୍ଚଳ ନୟନେ

ଚାରୁ ଚନ୍ଦ୍ରାନନୀ ଚଞ୍ଚଳ ନୟନେ

ଚଟୁକ ଚଞ୍ଚକ ବାଣୀ

ଚତୁରୀ ପରାଏ ଚଳଚିତ୍ତ ହୋଇ

ଚାଲୁଥାଅ ଚିତ୍ରଗଣି ll

ଚମ୍ପକ ଚୟନ ସମୟରେ ତୁମ

ଚନ୍ଦ୍ରମୁଖ ଚମକିଲେ

ଚପଳ ଭଅଁର ଚମୂଦଳ ସହ

ଚମକ ପାଆନ୍ତି ଭୟେ ll

ଚୂର୍ଣ୍ଣକୁନ୍ତଳର ଚିବୁକ ଚୁମ୍ବନେ

ଚିତ୍ରାର୍ପିତ ଚିଲ୍ଲି ମୁଖ

ଚୀନ୍ନାଂଶୁକ ଚୀର ଚେଳ ପିନ୍ଧ ତୁମେ

ଚନ୍ଦନ ଚର୍ଚ୍ଚିତ ରୂପ ll

ଚତୁର୍ମୁଖ ଚତୁର୍ଯୁଗ ଶ୍ରମ କରି

ଚିତ୍ରିତ କରିଛି ବସି

ଚକ୍ରୀହୋଇ କିମ୍ପା ଚିରକୁମାରକୁ

ଚକ୍ରବନ୍ଧେ ବାନ୍ଧ ଆସି ? ll

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in Hindi ? Click Here

Want to read this poem in English ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply