ଶୁଖି ଆସୁଥିବା ନଦୀରେ, ଉପନଦୀ ହୋଇ

ଶୁଖି ଆସୁଥିବା ନଦୀରେ, ଉପନଦୀ ହୋଇ

ଚିରସ୍ରୋତା ହେବାର,କାମନା କରୁଥିବା l

ହୁଗୁଳା ହାତମୁଠାକୁ

ଆହୁରି ଶକ୍ତ କରିବାକୁ

ହାତ ବଢ଼ାଉଥିବା l

ସବୁ ମିଛକୁ ଘୋଡାଇ

ସତ୍ୟର ସାମ୍ନା କରିବାକୁ

ସାହସ ଯୋଗାଉଥିବା l

ଚଟାଣ ଭେଦି, ଉପରକୁ ଉଠିବାରେ

ଚେର ଓ ସାର ଉଭୟ ପାଲଟିଥିବା

ସବୁ ସଦ ଚରିତ୍ରମାନେ ହିଁ…. ବନ୍ଧୁ…..

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in English ? Click Here

Want to read this poem in Hindi ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply