ଅଳସୀ ସକାଳେ ଆନମନା କରେ
ଅମାନିଆ ପବନ
ଆସିବାର ପ୍ରତିଶୃତି ସବୁ ଅବେଳରେ
ଅଶାନ୍ତକରେ ମନ
ଅଗଣାସାରା ଏଠି ଅବଶୋଷ ଭାରି
ଆସିବ ଯଦି କେଉଁ ଆଶା ଆଣିବ ?
ଅକାରଣେ ଆସି ପୁଣି
ଅପବାଦ କାହିଁକି ଶୁଣିବ ?
ଦେଖ……..
ଦେହସାରା ଲାଗିଛି ମୋ
ଦଂଶନ ର ଦାଗ
ଦୁଃଖଦେଇ ଚାଲିଯାଏ
ଦାରୁଣ ଦଇବ
ଦୂରପକ୍ଷୀ ଦୂରୁଆସି ଏଠି
ଦିଗ ହୁଡେ ନାହିଁ
ଦିବସେ ଦଶା ମୋ ଦେଖ
ଦୁରୂହ ଦୁର୍ଗତ l
ଫଗୁଣ ରେ କହିଥିଲ ରଙ୍ଗ ଖେଳିବାକୁ
ସାତରଙ୍ଗ ସପନ ର ସୌଧ ତୋଳିବାକୁ
ପ୍ରତିଶୃତି ପାପୁଲିରେ ଘର ହୁଏ ନାହିଁ
ପ୍ରେମଘର ତୋଳିବାକୁ ଲୋଡ଼ାହୁଏ
ହାତ ସହ ହାତ ମିଶିବାକୁ ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
