ଅନେକ ରାତିଯାଏ ଅନଲାଇନ ଥିବାଦେଖି
ଭାବିବୁନି ତୋର ଭାବନାରେ
ମୋତେ ନିଦ ହେଉନି ବୋଲି,
ମୋବାଇଲ ଡାଟା ଅପ ନକରି ଶୋଇବା
ମୋର ଅଭ୍ୟାସ ହେଲାଣି l
ତୁ ଫୋନ କଲେ ନମ୍ବର ବିଜି ଆସୁଛି ତ..?
ହଁ…… ସବୁବେଳେ ବ୍ୟସ୍ତ ରହିବା
ଏବେ କର୍ତ୍ତବ୍ୟ ହେଲାଣି l
ସବୁଦିନ ତୋର ଘର ସାମ୍ନାପଟେ
ଯିବା ଆସିବା ଦେଖି
ଭାବିବୁନି ବାଲକୋନୀ ରେ ଦେଖାଦେବୁ,
ତୋତେ ଦେଖିବାକୁ ନୁହେଁ ରେ
ଆରପାଖ ରାସ୍ତାବନ୍ଦ ବୋଲି
ତୋର ଘର ଗଳିରେ ଯିବା ଜରୁରୀ ହେଲାଣି l
ରବିବାର ସକାଳସବୁ ଥିଲା ଦିନେ ତୋ ପାଇଁ
ଏବେ ସବୁଦିନ ସକାଳ
କେବଳ ମୋ ପାଇଁ,
ପ୍ରେମ, ବିରହ କୁ ନେଇ କବିତା ଲେଖିବା
ଏବେ ପୁରୁଣା ହେଲାଣି l
ଶୁଣିଲି ଫେସବୁକ ରେ ମୋର
କବିତା ପଢୁଛୁ…?
ସବୁ କବିତା ଭିତରେ ନିଜକୁ
କାହିଁକି ଖୋଜୁଛୁ….?
ତୁ ବୋଧେ ଜାଣିନୁ,
ଗଭୀର ପ୍ରେମରେ କାହାକୁ ଭାବିବା
ମୋ ପାଇଁ ବାରଣ ହେଲାଣି l
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
