ଚାରୁ ଚନ୍ଦ୍ରାନନୀ ଚଞ୍ଚଳ ନୟନେ

ଚାରୁ ଚନ୍ଦ୍ରାନନୀ ଚଞ୍ଚଳ ନୟନେ ଚଟୁକ ଚଞ୍ଚକ ବାଣୀ ଚତୁରୀ ପରାଏ ଚଳଚିତ୍ତ ହୋଇ ଚାଲୁଥାଅ ଚିତ୍ରଗଣି ll ଚମ୍ପକ ଚୟନ ସମୟରେ ତୁମ ଚନ୍ଦ୍ରମୁଖ ଚମକିଲେ ଚପଳ ଭଅଁର ଚମୂଦଳ ସହ ଚମକ ପାଆନ୍ତି ଭୟେ ll ଚୂର୍ଣ୍ଣକୁନ୍ତଳର ଚିବୁକ ଚୁମ୍ବନେ

0 Comments
ଘଟଣା ଘଟାଇ ଘାଇଲା କରାଇ

ଘଟଣା ଘଟାଇ ଘାଇଲା କରାଇ ଘାଇ ବାନ୍ଧିବାକୁ ଆସି ଘର୍ମାକ୍ତ ଶରୀରେ ଘଟ ଗଢୁଅଛ ଘଟକାର ବେଶସାଜି ll ଘନକାଳ ଯାକ ଘନିଷ୍ଠ ନ ହୋଇ ଘନତା ଦେଖାଇଥିଲ ଘୃଣାଭାବ ବହି ଘନଘନ ଯାଇ ଘରବୁଡ଼ା ସଜାଇଲ ll ଘଟ୍ଟକୂଳେ ତୁମ ଘୁଙ୍ଗୁର ଖୋଜିମୁଁ

0 Comments
ଗଭାରେ ଗଜରା ଗଳେ ଗେଣ୍ଡୁମାଳା

ଗଭାରେ ଗଜରା ଗଳେ ଗେଣ୍ଡୁମାଳା ଗେରୁଆବସ୍ତ୍ର ଗାତ୍ରରେ ଗଣ୍ଡଦେଶେ ତୁମ ଗାଢ ତିଳକ ଗମନ ଗମ୍ଭୀର ପ୍ରାୟେ ll ଗାନ୍ଧର୍ଵ ଗାୟନେ ଗାହାଣୀ ଶୁଣାଅ ଗୌରାଙ୍ଗ ଗୌରବ ବାଣୀ ଗଗନାମ୍ବୁଧାରେ ଗଙ୍ଗୁଆ ବହାଇ ଗଙ୍ଗିକା ଭକ୍ତି କାହାଣୀ ll ଗତକଲ୍ୟଦିନ ଗବାକ୍ଷ ଖୋଲିମୁଁ

0 Comments
ଖବର ଖେଳାଇ ଖସିଯିବ ବୋଲି

ଖବର ଖେଳାଇ ଖସିଯିବ ବୋଲି ଖୁସିର ଖେଳନା ଗଢି ଖଣ୍ଡିତା ହୋଇ ଖଣା ଖୋଳିବାରେ ଖରଚ କରିଛ ଭାରି ll ଖପୁଷ୍ପ ଖବରେ ଖପାହୋଇ ତୁମେ ଖୁଣ ନଧରିବ ଭାବେ ଖବିଶ ହୋଇମୁଁ ଖମା ଭରିବାରେ ଖବିରା ହୋଇନି କେବେ ll

0 Comments
କହିଥିଲ ବୋଲି….

ଅପେକ୍ଷାରେ ସମୟ ସବୁ ପଚିସଢ଼ି ନଷ୍ଟ ହୋଇ ନ ଥିଲା ଜନ୍ମଦିନ ଟେବୁଲରେ କ୍ୟାଣ୍ଡେଲର ସଂଖ୍ୟା ନିଜଇଚ୍ଛାରେ ବଢ଼ି ନ ଥିଲା ଜାଣି ଜାଣି ବାଟଭୁଲି ନ ଥିଲା ଭଅଁର ଋତୁଚକ୍ରରେ ବଦଳି ନ ଥିଲା ବଗିଚା ର ଫୁଲ ଏମିତି କବିତା ସବୁ ଉତୁରି ନ ଥିଲେ

0 Comments
ପ୍ରେମ ରଙ୍ଗେ ଭିଜାଇବି ତୋତେ

ସାତରଙ୍ଗ ଦେବି ନାହିଁ ଆଉ ତୋ ପାଇଁ ରଖିଛି ଖାଲି ପ୍ରେମରଙ୍ଗ ଏବେ ପତ୍ରଝଡ଼ାର ଥୁଣ୍ଟା ଶରୀରରେ ପୁଣିଥରେ କଅଁଳିଛି ପତ୍ର ଦେଖ !!! କେମିତି ଏବେ ମୁଁ ଚିର ସବୁଜ ll ଅନେକ ଦିନରୁ ବାଟ ଭୁଲିଥିବା ଭଅଁରକୁ ଡାକି ଆଣିଛି ବଗିଚାକୁ ତୋର ଇସାରାରେ ସେ ବୁଲିବ ଏ ଫୁଲରୁ ସେ ଫୁଲ ତୋର ସ୍ୱାଗତରେ ରଖିଛି

0 Comments
ସମୟର ଅପେକ୍ଷାରେ….

ଶ୍ରାବଣ ବର୍ଷାରେ ଭିଜିଥିବା ମାଟିରେ ବୁଣିଦିଅ ସ୍ମୃତିର ମଞ୍ଜିସବୁ ସେ ଅଙ୍କୁରିତ ହେଉ କି ନହେଉ ଆଶା ଓ ବିଶ୍ୱାସର ସାରଦେଇ ବାଛିନିଅ ନିରାଶାର, ଅନାବନା ଘାସ l ଅପେକ୍ଷା କର..... ଅପେକ୍ଷା କର... କିନ୍ତୁ

0 Comments
ଏଇ ଏବେ ଏବେ ପଞ୍ଚଭୁତରେ

ଏଇ ଏବେ ଏବେ ପଞ୍ଚଭୁତରେ ଲୀନ ହୋଇଗଲା ଶରୀର ଟେ ଶରୀର ସହ ଜଳିଗଲା ତା ଜୀବନ ର ସବୁ ଦୁଃଖ ମାନ ଅଭିମାନ ସଂଗୃହିତ ପୁରାଣ ର ଗାଥା ଦୂରରୁ ଦେଖିଲେ ଖୁସିର ହସ ଆଉ ମୋ ମୁଣ୍ଡ ଉପରୁ ସ୍ନେହ ର ହାତଟେ ll

0 Comments
ଶୁଖି ଆସୁଥିବା ନଦୀରେ, ଉପନଦୀ ହୋଇ

ଶୁଖି ଆସୁଥିବା ନଦୀରେ, ଉପନଦୀ ହୋଇ ଚିରସ୍ରୋତା ହେବାର,କାମନା କରୁଥିବା l ହୁଗୁଳା ହାତମୁଠାକୁ ଆହୁରି ଶକ୍ତ କରିବାକୁ ହାତ ବଢ଼ାଉଥିବା l ସବୁ ମିଛକୁ ଘୋଡାଇ

0 Comments
କବିତା ଗୋଟେ ଶୀତ ସକାଳର

ଏମିତି ବଗିଚାଟେ ମୁଁ କେବେ ଦେଖି ନଥିଲି ଦେଖିନଥିଲି ଏତେ ଫୁଲ ଓ ଭଅଁର ଗଛ ଉହାଡରେ ଯୌବନ, ସିମେଣ୍ଟ ଚଉତରା ବାର୍ଦ୍ଧକ୍ୟ, ଘାସ ଗାଲିଚାରେ ଭବିଷ୍ୟତ, ଆଉ ପାଦଚଲା ରାସ୍ତାରେ କିଛି ଅସଜଡ଼ା ଦେହକୁ ସଜାଡ଼ିବା ପ୍ରୟାସରେ ସମୟ l ଫାଉନଟେନ ର ଜଳସବୁ ସକାଳୁଆ ଖରାରେ ଇନ୍ଦ୍ରଧନୁ ଗଢୁଥିଲା ଘାସ ଉପରେ ଶିଶିର ସବୁ ମୁକ୍ତାର ଭ୍ରମ ବ୍ରେଞ୍ଚ ଉପରେ ଫୁଟିଥିବା ଫୁଲ କିନ୍ତୁ ଭ୍ରମ ନୁହେଁ ସତେଜ ଲାଗୁଥିଲା l ରାତିର କ୍ଲାନ୍ତି ସବୁକୁ କମ୍ବଳ ଭିତରେ ଛାଡିଆସି ଶୀତବସ୍ତ୍ରରେ ସକାଳ ଖରାକୁ ସେ ସାଉଁଟି ରଖୁଥିଲା ଓଠରୁ ଫିକା ପଡିନଥିଲା ରଙ୍ଗ ଆଖିରୁ ଛାଡି ନଥିଲା କଜ୍ଵଳ ଖସି ପଡୁଥିବା ଓଢଣୀକୁ ସଳଖି ଧରିରେ ପାଉଁଜି ସଜାଡୁଥିଲା l ଧିମେଇ ଯାଇଥିଲା ପାଦ ଲାଜେଇ ଯାଇଥିଲା ଆଖି ଚାଲୁ ଚାଲୁ ଥକି ଯାଇଥିବା ଘର୍ମlକ୍ତ ଶରୀରକୁ ସଳଖି ରଖିଲାବେଳକୁ...... କୁକର ସିଟିରେ ନିଦ ଭାଙ୍ଗିଥିଲା ରୋଷଇଘରୁ ଶୁଭୁଥିଲା ଆଜି ୱାକରେ ଯିବନିକି... ? ଡେରି ହେଲାଣି ଯେ —————– ରତ୍ନମୟ ତ୍ରିପାଠୀ ଅଧ୍ୟୟନ, ବଲାଙ୍ଗୀର Want to read this poem in English ? Click Here Want to read this poem in Hindi ? Click Here

0 Comments