ଗୋଟେ ବୁଡି ଯାଇଥିବା ସଭ୍ୟତାର କଥା

ଶହଶହ ବିସ୍ଥାପିତଙ୍କ ନିରୀହ ମୁହଁରୁ କାହାକୁ କହିବି ଶୁଣାଇବାକୁ ଜଳବନ୍ଦୀର କଥା କିଏ କହିବ, କେମିତି ବୁଡିଗଲା ନିଜ ଗାଁ ମନ୍ଦିର, ମଶାଣି, ଇସ୍କୁଲଘର ପିଲାବେଳେ ଡାହିମାଙ୍କିଡି ଖେଳିଥିବା ଆମ୍ ବୁରେଇ ବାପ ଅଜା ଅମଳରୁ ଭୋଗ ଖାଉଥିବା ଗ୍ରାମଦେବୀ ଗୁଡ଼ି, ଭାଇ ଭାଗରେ ପାଇଥିବା ସଜନାବାଡ଼ି

0 Comments
ଉଡ଼ାଣ

ମୁଁ ମୋ ନିଜ ଭିତରେ ଆବଦ୍ଧ ହେଲି ନୀଡ଼ଛାଡି ଉଡିଥିବା ପକ୍ଷୀସବୁ ବାହୁଡ଼ିଲେ ସଳଖି ଦେଖିଲା ପକ୍ଷୀଶାବକଟିଏ ସକାଳ ପାଖେଇ ଆସିଲା ଦୂର ପାହାଡ଼ ଆହୁରି ଘନେଇଗଲା ଆତ୍ମୀୟପଣ ll ଆଜିକାଲି ଖୁବ ଭଲ ଲାଗେ ମୋ ସହର ବିକାଶପଥେ ଯାଉଥିବା ରାସ୍ତା ବିସ୍ଥାପିତ ମାନଙ୍କ ପାଇଁ ସବକେ ଲିଏ ଘର, ଘର ମେଁ ନଲ, ନଲ ମେଁ ଜଲ

0 Comments
ଏବେ ନୀରବତାର ଋତୁ

ଏବେ ପୁଣି କିଛିକାଳ ନୀରବରେ ରହିବାକୁ ହେବ ପାଣି ଭିତରକୁ ଫିଙ୍ଗିଥିବା ଟେକାଟିଏ ର ତରଙ୍ଗରେ ଉଠିଥିବା ସୁନାମୀର ସାମ୍ନା କରିବାକୁ ହେବ l କିଏ ଜାଣିଥିଲା ସୁଅ ପାଣିରେ ଭାସି ଆସିଥିବା କଙ୍କଡାର ଚୋଟରେ ମିଳେଇ ଯିବ ଗୋଟେ

0 Comments
ଆଉକିଛି ଶବ୍ଦ ବାକିଅଛି

ଆଉକିଛି ଶବ୍ଦ କହିବାକୁ ବାକିଅଛି ଆଉକିଛି ଶବ୍ଦ ଶୁଣିବାକୁ ବାକିଅଛି ପୂରଣ କରିବାକୁ ଅଛି କିଛି ପ୍ରତିଶୃତି ସୁଝିବାକୁ ଅଛି କିଛି ଋଣ କିଛି ଅନାମିତ କବିତାର ଶୀର୍ଷକ ଦେବାର ଅଛି କିଛି ଶବ୍ଦର ଗଛକୁ ଯତ୍ନରେ ବଢ଼େଇବାର ଅଛି ଯେଉଁମାନେ କିଛି ନ କହି ଚାଲିଗଲେ ସେମାନଙ୍କ ସ୍ମୃତିରେ ନୀରବ ରହିବାର ଅଛି

0 Comments
ତୁ ଶିଖାଇଥିବା ଶବ୍ଦସବୁ…

ତୁ ଶିଖାଇଥିବା ଶବ୍ଦସବୁ ନିଃଶବ୍ଦ ହୋଇଗଲା ପରେ କୋହ ଆଉ ଲୁହ ଭିତରେ ମୋହବି ଭାଙ୍ଗି ଭାଙ୍ଗି ଯାଏ ସମୟ ସହ ଆୟୁଷସିନା ବଢ଼େ ହେଲେ ବୟସ୍କ ହୋଇ ପାରେନି ମନ ମାଁ..... ଶବ୍ଦଟିଏ ପାଟିରୁ ବାହାରି ନପାରି ଛାତି ଭିତରେ ଖୁବ କଷ୍ଟପାଏ ହାତଟିଏ ସମର୍ଥ ନହେବା ଆଗରୁ ଈଶ୍ୱର ଫେରାଇ ନିଅନ୍ତି ନିଜ ପ୍ରତିରୂପ

0 Comments
ଆବରଣ

କିଛି ମୁଖୁରା ଶବ୍ଦ ମାନଙ୍କୁ ଓଢଣୀ ମିଳିଗଲା ରାତିର ଅନ୍ଧାରରେ ଘଟିଯାଇଥିବା ପାପକର୍ମକୁ ଘୋଡାଇ ଦିଆଗଲା ସକାଳର କଅଁଳ ସୂର୍ଯ୍ୟକିରଣରେ ଅବେଳରେ ଆସିଥିବା ଝଡ଼ରେ ନୂତନ ସମ୍ଭାବନାର ସ୍ବପ୍ନ ଦେଖାଗଲା ନିଇତି, ରୁଦାଲି ଗାଉଥିବା ଓଠକୁ କୁହାଗଲା

0 Comments
ପୁଣ୍ୟଯାତ୍ରା

ତୋର ପୁଣ୍ୟଯାତ୍ରାର ଶବାଧାରରେ ସମର୍ପଣ ମୋର, ଲୁହ, କୋହ ଆଉ ସୁମନ ଶ୍ରଦ୍ଧାର କାହା ଋଣ ନ ଲାଗିବାର ସଂକଳ୍ପ ତୋର ଋଣୀ କରିଯାଏ ମୋତେ ଜନ୍ମ ଜନ୍ମର ସମୟ ସରିଗଲେ ପରା ଅଭିନୟ ସରିଯାଏ ସବୁ ସରିଗଲା ବୋଲି ଶେଷ ସଂଳାପରେ ସାହସ ଭାଙ୍ଗିଯାଏ, ବିଶ୍ୱାସ ବି ମରିଯାଏ ଶେଷ ନିଶ୍ୱାସର କାହା ଆଶ୍ୱାସନାର ହାତଟିଏରେ

0 Comments