ଗଭାରେ ଗଜରା ଗଳେ ଗେଣ୍ଡୁମାଳା
ଗେରୁଆବସ୍ତ୍ର ଗାତ୍ରରେ
ଗଣ୍ଡଦେଶେ ତୁମ ଗାଢ ତିଳକ
ଗମନ ଗମ୍ଭୀର ପ୍ରାୟେ ll
ଗାନ୍ଧର୍ଵ ଗାୟନେ ଗାହାଣୀ ଶୁଣାଅ
ଗୌରାଙ୍ଗ ଗୌରବ ବାଣୀ
ଗଗନାମ୍ବୁଧାରେ ଗଙ୍ଗୁଆ ବହାଇ
ଗଙ୍ଗିକା ଭକ୍ତି କାହାଣୀ ll
ଗତକଲ୍ୟଦିନ ଗବାକ୍ଷ ଖୋଲିମୁଁ
ଗୀତିକା ଲେଖିଲେ ବସି
ଗଗନାଙ୍ଗନା ର ରୂପ ଭାସିଆସେ
ଗଜଗାମିନୀ ର ଚାଲି ll
ଗ୍ରାମ୍ୟ ଗଡଜାତ ଗଣ୍ଠିଧନ ତୁମେ
ଗନ୍ଧବତୀ ତୁମ ରୂପ
ଗନ୍ଧସୋମମୁଖୀ ଗଣ୍ଡକୀ ତୁମେ ଗୋ
ଗଢିଛ ଏ କେଉଁ ବେଶ ? ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
