କଳ୍ପଲୋକରେ କବି
କହି ପାରିଲିନି କାହାକୁ ବୋଲି ମୁଁ କଳ୍ପଲୋକର କଥା କଳ୍ପିତ ଯେତେ କଳ୍ପଷ ମୋର କଳ୍ପନାରେ ଘୁରେ ମଥା କାଉଁରୀ ମନ୍ତ୍ରେ କାୟିକ ମାୟାରେ କମ୍ର କାନନେ ବୁଲି କାମ୍ୟ କାମିନୀ କାର୍ମୁକ ଘାତେ କାମନାରେ ଯାଏ ଜଳି କୁଖ୍ୟାତି, କୁତର୍କ, କୁତ୍ସିତ କଥାକୁ
କହି ପାରିଲିନି କାହାକୁ ବୋଲି ମୁଁ କଳ୍ପଲୋକର କଥା କଳ୍ପିତ ଯେତେ କଳ୍ପଷ ମୋର କଳ୍ପନାରେ ଘୁରେ ମଥା କାଉଁରୀ ମନ୍ତ୍ରେ କାୟିକ ମାୟାରେ କମ୍ର କାନନେ ବୁଲି କାମ୍ୟ କାମିନୀ କାର୍ମୁକ ଘାତେ କାମନାରେ ଯାଏ ଜଳି କୁଖ୍ୟାତି, କୁତର୍କ, କୁତ୍ସିତ କଥାକୁ
ଅପେକ୍ଷାରେ ସମୟ ସବୁ ପଚିସଢ଼ି ନଷ୍ଟ ହୋଇ ନ ଥିଲା ଜନ୍ମଦିନ ଟେବୁଲରେ କ୍ୟାଣ୍ଡେଲର ସଂଖ୍ୟା ନିଜଇଚ୍ଛାରେ ବଢ଼ି ନ ଥିଲା ଜାଣି ଜାଣି ବାଟଭୁଲି ନ ଥିଲା ଭଅଁର ଋତୁଚକ୍ରରେ ବଦଳି ନ ଥିଲା ବଗିଚା ର ଫୁଲ ଏମିତି କବିତା ସବୁ ଉତୁରି ନ ଥିଲେ
ସାତରଙ୍ଗ ଦେବି ନାହିଁ ଆଉ ତୋ ପାଇଁ ରଖିଛି ଖାଲି ପ୍ରେମରଙ୍ଗ ଏବେ ପତ୍ରଝଡ଼ାର ଥୁଣ୍ଟା ଶରୀରରେ ପୁଣିଥରେ କଅଁଳିଛି ପତ୍ର ଦେଖ !!! କେମିତି ଏବେ ମୁଁ ଚିର ସବୁଜ ll ଅନେକ ଦିନରୁ ବାଟ ଭୁଲିଥିବା ଭଅଁରକୁ ଡାକି ଆଣିଛି ବଗିଚାକୁ ତୋର ଇସାରାରେ ସେ ବୁଲିବ ଏ ଫୁଲରୁ ସେ ଫୁଲ ତୋର ସ୍ୱାଗତରେ ରଖିଛି
ଅଳସୀ ସକାଳେ ଆନମନା କରେ ଅମାନିଆ ପବନ ଆସିବାର ପ୍ରତିଶୃତି ସବୁ ଅବେଳରେ ଅଶାନ୍ତକରେ ମନ ଅଗଣାସାରା ଏଠି ଅବଶୋଷ ଭାରି ଆସିବ ଯଦି କେଉଁ ଆଶା ଆଣିବ ? ଅକାରଣେ ଆସି ପୁଣି ଅପବାଦ କାହିଁକି ଶୁଣିବ ? ଦେଖ........ ଦେହସାରା ଲାଗିଛି ମୋ
ଏଇ ଏବେ ଏବେ ପଞ୍ଚଭୁତରେ ଲୀନ ହୋଇଗଲା ଶରୀର ଟେ ଶରୀର ସହ ଜଳିଗଲା ତା ଜୀବନ ର ସବୁ ଦୁଃଖ ମାନ ଅଭିମାନ ସଂଗୃହିତ ପୁରାଣ ର ଗାଥା ଦୂରରୁ ଦେଖିଲେ ଖୁସିର ହସ ଆଉ ମୋ ମୁଣ୍ଡ ଉପରୁ ସ୍ନେହ ର ହାତଟେ ll
ଶୁଖି ଆସୁଥିବା ନଦୀରେ, ଉପନଦୀ ହୋଇ ଚିରସ୍ରୋତା ହେବାର,କାମନା କରୁଥିବା l ହୁଗୁଳା ହାତମୁଠାକୁ ଆହୁରି ଶକ୍ତ କରିବାକୁ ହାତ ବଢ଼ାଉଥିବା l ସବୁ ମିଛକୁ ଘୋଡାଇ
ନିଜ ଛାଇବି ଦେଖାଯାଉ ନଥିବା ଅନ୍ଧାର ଏବେ ଖୁବ ଆତ୍ମୀୟ ଲାଗେ ସ୍ବପ୍ନସବୁ ଆସେ ଅମାବାସ୍ୟା କି ପୂର୍ଣ୍ଣିମା ସେ କିଛିବି ଜାଣେନି ଛାତଉପରେ ପାରାସବୁ ଖୁଦ ଖୁଣ୍ଟୁଖୁଣ୍ଟୁ ଖୁଦି ଯାଆନ୍ତି ଗୋଟେ ଅସ୍ପଷ୍ଟ ଚିତ୍ର ସେ ଚିତ୍ର ବେଳେବେଳେ ସ୍ପଷ୍ଟଦିଶେ ବେଳେବେଳେ ଜୀବନ୍ତହୋଇ
ଏମିତି ବଗିଚାଟେ ମୁଁ କେବେ ଦେଖି ନଥିଲି ଦେଖିନଥିଲି ଏତେ ଫୁଲ ଓ ଭଅଁର ଗଛ ଉହାଡରେ ଯୌବନ, ସିମେଣ୍ଟ ଚଉତରା ବାର୍ଦ୍ଧକ୍ୟ, ଘାସ ଗାଲିଚାରେ ଭବିଷ୍ୟତ, ଆଉ ପାଦଚଲା ରାସ୍ତାରେ କିଛି ଅସଜଡ଼ା ଦେହକୁ ସଜାଡ଼ିବା ପ୍ରୟାସରେ ସମୟ l ଫାଉନଟେନ ର ଜଳସବୁ ସକାଳୁଆ ଖରାରେ ଇନ୍ଦ୍ରଧନୁ ଗଢୁଥିଲା ଘାସ ଉପରେ ଶିଶିର ସବୁ ମୁକ୍ତାର ଭ୍ରମ ବ୍ରେଞ୍ଚ ଉପରେ ଫୁଟିଥିବା ଫୁଲ କିନ୍ତୁ ଭ୍ରମ ନୁହେଁ ସତେଜ ଲାଗୁଥିଲା l ରାତିର କ୍ଲାନ୍ତି ସବୁକୁ କମ୍ବଳ ଭିତରେ ଛାଡିଆସି ଶୀତବସ୍ତ୍ରରେ ସକାଳ ଖରାକୁ ସେ ସାଉଁଟି ରଖୁଥିଲା ଓଠରୁ ଫିକା ପଡିନଥିଲା ରଙ୍ଗ ଆଖିରୁ ଛାଡି ନଥିଲା କଜ୍ଵଳ ଖସି ପଡୁଥିବା ଓଢଣୀକୁ ସଳଖି ଧରିରେ ପାଉଁଜି ସଜାଡୁଥିଲା l ଧିମେଇ ଯାଇଥିଲା ପାଦ ଲାଜେଇ ଯାଇଥିଲା ଆଖି ଚାଲୁ ଚାଲୁ ଥକି ଯାଇଥିବା ଘର୍ମlକ୍ତ ଶରୀରକୁ ସଳଖି ରଖିଲାବେଳକୁ...... କୁକର ସିଟିରେ ନିଦ ଭାଙ୍ଗିଥିଲା ରୋଷଇଘରୁ ଶୁଭୁଥିଲା ଆଜି ୱାକରେ ଯିବନିକି... ? ଡେରି ହେଲାଣି ଯେ —————– ରତ୍ନମୟ ତ୍ରିପାଠୀ ଅଧ୍ୟୟନ, ବଲାଙ୍ଗୀର Want to read this poem in English ? Click Here Want to read this poem in Hindi ? Click Here
ଶହଶହ ବିସ୍ଥାପିତଙ୍କ ନିରୀହ ମୁହଁରୁ କାହାକୁ କହିବି ଶୁଣାଇବାକୁ ଜଳବନ୍ଦୀର କଥା କିଏ କହିବ, କେମିତି ବୁଡିଗଲା ନିଜ ଗାଁ ମନ୍ଦିର, ମଶାଣି, ଇସ୍କୁଲଘର ପିଲାବେଳେ ଡାହିମାଙ୍କିଡି ଖେଳିଥିବା ଆମ୍ ବୁରେଇ ବାପ ଅଜା ଅମଳରୁ ଭୋଗ ଖାଉଥିବା ଗ୍ରାମଦେବୀ ଗୁଡ଼ି, ଭାଇ ଭାଗରେ ପାଇଥିବା ସଜନାବାଡ଼ି
ମୁଁ ମୋ ନିଜ ଭିତରେ ଆବଦ୍ଧ ହେଲି ନୀଡ଼ଛାଡି ଉଡିଥିବା ପକ୍ଷୀସବୁ ବାହୁଡ଼ିଲେ ସଳଖି ଦେଖିଲା ପକ୍ଷୀଶାବକଟିଏ ସକାଳ ପାଖେଇ ଆସିଲା ଦୂର ପାହାଡ଼ ଆହୁରି ଘନେଇଗଲା ଆତ୍ମୀୟପଣ ll ଆଜିକାଲି ଖୁବ ଭଲ ଲାଗେ ମୋ ସହର ବିକାଶପଥେ ଯାଉଥିବା ରାସ୍ତା ବିସ୍ଥାପିତ ମାନଙ୍କ ପାଇଁ ସବକେ ଲିଏ ଘର, ଘର ମେଁ ନଲ, ନଲ ମେଁ ଜଲ