ତୋର ଦୀର୍ଘକାଳ ନୀରବତାରେ
ଦେଖ……..
କେତେ କୋଳାହଳ ସାରାଟା ସହରେ
ମୁଁ ନେଇଥିବା ନିଷ୍ପତ୍ତି
ବଢାଇଥିବା ପାଦ
ଭୁଲଥିଲା ନା ଠିକ୍
ବିଚାର କରିବାକୁ ବେଳକାହିଁ……?
ଏ ସହରରେ କଥା ଚହଲିବାକୁ
ବେଳଲାଗେ ନାହିଁ
ସ୍ୱର ଦବାଇବାକୁ ବି
ବେଳଲାଗେ ନାହିଁ
ତଥାପି ଅଟଳ ମୁଁ
ମୋର ନିଷ୍ପତ୍ତିରେ ll
ତୋର ପ୍ରତ୍ୟାଖାନ ପାଇଁ
ଦୁଃଖନାହିଁ ମୋର
ଦୁଃଖ କେବଳ ଏତିକି ଯେ
ଭୁଲ ହୋଇଗଲା ମୋର
ହୃଦୟ ଚିହ୍ନିବାରେ ll
ଏବେ ଭିଜିଥିବ ମାଟି
ଭିଜିଥିବ ବନ ଉପବନ
ଆଷାଢ଼ର ପହିଲି ବର୍ଷାରେ
ମୋ ହୃଦୟ କାନନରେ
ଉଜୁଡା ଶ୍ରାବଣ
ଭିଜାଏ ସେ ଖାଲିଏବେ
ସ୍ମୃତିର ମେଘରେ ll
ତୁ ଯାହାପାଇଁ ଜାଳୁଛୁ ଏବେ
ସଂଜର ସଳିତା
ଦେଖ……..
ଆଲୁଅ ପାଇଁ ନୁହେଁରେ
ଦିଗହୁଡ଼ି ହରାଏ ପରାଣ
ପାଇବାକୁ ଜୀବନ ଆଶାରେ ll
କେହିଜଣେ କହିଥିଲେ
ନୀରବତା ସମ୍ମତି ଲକ୍ଷଣ
ତୋର ଦୀର୍ଘକାଳ ନୀରବତା ପାଇଁ
ଆଜି ବଦନାମ୍ ମୁହିଁ
ସାରାଟା ସହରେ ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
