ହୃଦୟ ଇଶ୍ୱର

ଭାବୁଛି ଏଥର

ନୀରବତା ର ବନ୍ଧନରେ କଷ୍ଟ ପାଉଥିବା

ଶବ୍ଦ କିଛିକୁ ସ୍ୱାଧୀନତା ଦେବି l

କିଛି ସ୍ମୃତି ଅନୁଭୂତିକୁ

ପଞ୍ଜୁରୀ ରୁ କାଢି ବାଟ ଦେଖାଇବି ll

ଅନେକ ଦିନରୁ ଥିବା ଅପେକ୍ଷା ଟିକକୁ

ଆଉ ରୂପ ଦେବିନି କବିତାରେ l

ହୃଦୟରେ ସାଇତା ପ୍ରେମକୁ

ବାଣ୍ଟିଦେବି ରାସ୍ତାରେ ll

ଚିଂହାମୁହଁ ସବୁକୁ ଜାଣିଜାଣି

ଅଚିଂହା ଭାବିବି l

ଫୋନରେ save ଥିବା ସବୁ ନମ୍ବର

ଏବେ delete ମାରିବି ll

ତମ ଚାଲେଞ୍ଜ ର ପ୍ରତିଉତ୍ତର

ମୁଁ ଦେବାକୁ ଚାହୁଁନି l

ତମେ ଜାଣିଛ ମୁଁ ଜିତେ କି ନ ଜିତେ

ତମକୁ କେବେ ହାରିବାକୁ ଦେବିନି ll

ତମ ଅଭିମାନ ର ଅଭିଶାପରେ

ଏବେ ମୁଁ ତୁଠର ପଥର l

ଚାହଁ ଯଦି ପାଦ ପଖାଳିବ

ଅବା ନେଇ ଗଢିପାର ହୃଦୟ ଇଶ୍ୱର ll

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in English ? Click Here

Want to read this poem in Hindi ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply