ତୁମ ଅଗଣା ରୁ ଦୁଃଖର ଗଛସବୁ ଉପାଡି ଆଣି
ମୋର ଅଗଣାରେ ଲଗାଇବା ପରେ
ଏବେ ଦେଖ ସେଥିରେ ଫୁଟିଛି କେମିତି
ସୁଖର ଫୁଲ ସବୁ
ଏବେ ତୁମେ କୁହ ମୋତେ
ସେ ଫୁଲସବୁ ତୁମେ ତୋଳିନେବ
ନା ତୁମ ଅଗଣା ରୁ ଆଉ କିଛି
ଦୁଃଖର ଗଛ ଆଣି ମୋତେ ଉପହାର ଦେବ…..?
ଉତ୍ତର ଅପେକ୍ଷାରେ…….
ଇତି ତୁମର
ମୁଁ
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
