ସାରାରାତି ଖୋଲା ରହୁ ଝର୍କା

କେହିଜଣେ କହିଥିଲା

ସାରାରାତି ଖୋଲା ରଖିବାକୁ ଝର୍କା

ଅନୁରୋଧ କି ଆଦେଶ

ନ ଜାଣିବି

ଖୋଲା ରଖିଲି ଝର୍କା l

ପ୍ରଥମ ପ୍ରହରେ ମଲ୍ଲୀର ମହକ

ଦ୍ଵିତୀୟ ପ୍ରହରେ ତୋଫାଜହ୍ନ

ତୃତୀୟ ପ୍ରହରେ କେଉଁ ଅଜଣା ପକ୍ଷୀର ସ୍ୱର

ଚତୁର୍ଥ ପ୍ରହରେ ଅଦିନିଆ ବର୍ଷାଆସି

ଝର୍କାରେଲିଂ ସହ ଭିଜାଇଲା

ଟେବୁଲ ଉପର କ୍ୟାଲେଣ୍ଡର

କବିତା ଡାଏରୀ ଓ ଫୁଲଦାନୀ

ତଥାପି ଖୋଲା ରହିଲା ଝର୍କା l

ସକାଳୁ ପଚାରିଲି

କାହିଁକି କହିଥିଲ ରାତିରେ

ଖୋଲା ରଖିବାକୁ ଝର୍କା…….?

ମୁଲକି ହସି କହିଲା

ବୁଦ୍ଧୁ……..

କାଲି ରାତିରେ ଶୋଇପାରିନ ନା

ସାରାରାତି ମୋତେ ହିଁ ଭାବିଛ

ସେଥିପାଇଁ ହିଁ କହିଥିଲି

ଖୋଲା ରଖିବାକୁ ଝର୍କା…….

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in Hindi ? Click Here

Want to read this poem in English ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply