ପୁଣ୍ୟଯାତ୍ରା
ତୋର ପୁଣ୍ୟଯାତ୍ରାର ଶବାଧାରରେ ସମର୍ପଣ ମୋର, ଲୁହ, କୋହ ଆଉ ସୁମନ ଶ୍ରଦ୍ଧାର କାହା ଋଣ ନ ଲାଗିବାର ସଂକଳ୍ପ ତୋର ଋଣୀ କରିଯାଏ ମୋତେ ଜନ୍ମ ଜନ୍ମର ସମୟ ସରିଗଲେ ପରା ଅଭିନୟ ସରିଯାଏ ସବୁ ସରିଗଲା ବୋଲି ଶେଷ ସଂଳାପରେ ସାହସ ଭାଙ୍ଗିଯାଏ, ବିଶ୍ୱାସ ବି ମରିଯାଏ ଶେଷ ନିଶ୍ୱାସର କାହା ଆଶ୍ୱାସନାର ହାତଟିଏରେ
